ଭୁବନେଶ୍ୱର: ପ୍ରଥମେ କେନ୍ଦ୍ର ସରକାର ଅନଲକ-୪ ଗାଇଡ ଲାଇନ ଜାରି କରିବା ପରେ ରାଜ୍ୟ ସରକାର ସେପ୍ଟେମ୍ବର ପାଇଁ ଗାଇଡ ଲାଇନ ଜାରି କରିଛନ୍ତି । ତେବେ ଏଥିରେ କଣ ସବୁ କୋହଳ କରିଛନ୍ତି ରାଜ୍ୟ ସରକାର ଆସନ୍ତୁ ଜାଣିବା :
- କଣ୍ଟେନମେଣ୍ଟ ଜୋନରେ ସେପ୍ଟେମ୍ବର ୩୦ ଯାଏଁ ଲକ ଡାଉନ ଜାରି ରହିବ ।
- ସ୍ଥାନୀୟ ଅଧିକାରୀ କଣ୍ଟେନମେଣ୍ଟ ଜୋନ ନିର୍ଦ୍ଧାରଣ କରିପାରିବେ ।
- କଣ୍ଟେନମେଣ୍ଟ ଜୋନ ବାହାରେ ଜିଲ୍ଲା, ସବଡିଭିଜନରେ ଲାଗୁ ହେବନି ଲକ ଡାଉନ ।
- ସେପ୍ଟେମ୍ବର ୩୦ ଯାଏଁ ଧାର୍ମିକ ସ୍ଥଳ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ।
- ସିନେମା ହଲ, ସୁଇମିଂ ପୁଲ, ଥିଏଟର, ଅଡିଟୋରିୟମ ବନ୍ଦ ରହିବ ।
- ଅନ୍ତର୍ଜାତୀୟ ବିମାନ ଚଳାଚଳ ପୂର୍ବପରି ବନ୍ଦ ରହିବ ।
- ସେପ୍ଟେମ୍ବର ୨୧ରୁ ଓପନ ଏୟାର ଥିଏଟର ଖୋଲିବାକୁ ଅନୁମତି ମିଳିବ ।
- ସାମାଜିକ, ରାଜନୈତିକ, କ୍ରୀଡା, ମନୋରଂଜନ କାର୍ଯ୍ୟକ୍ରମ ବନ୍ଦ ରହିବ ।
- ଧାର୍ମିକ କାର୍ଯ୍ୟକ୍ରମ ଏବଂ ଅନ୍ୟ ବଡ ସମାବେଶ ବନ୍ଦ ରହିବ ।
- ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।
- ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ବି ପରୀକ୍ଷା, ଖାତା ଦେଖା ଚାଲୁ ରହିବ ।
- ଅନଲାଇନ ପାଠପଢା ଚାଲୁ ରହିବ, ଡିସଡାନ୍ସ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯିବ ।
- ସ୍କୁଲକୁ ୫୦ ପ୍ରତିଶତ ଶିକ୍ଷକ, କର୍ମଚାରୀ ଆସିବାକୁ ଅନୁମତି ମିଳିବ ।
- ପିଏଚଡି ଗବେଷକ, ରିସର୍ଚ୍ଚ ସ୍କଲାରଙ୍କ ପାଇଁ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ଖୋଲା ରହିବ ।
- ଆଉ ରାଜ୍ୟରେ ଲାଗୁ ହେବନି ରାତ୍ରିକାଳୀନ କର୍ଫ୍ୟୁ ।
- କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ରହିବନି ନାଇଟ କର୍ଫ୍ୟୁ ।
- ସପ୍ତାହାନ୍ତ ସଟ ଡାଉନ ଆଉ ଲାଗୁ ହେବନି ।
- ବିବାହ ଉତ୍ସବରେ ୫୦ ଓ ଅନ୍ତିମ ସଂସ୍କାରରେ ୨୦ ଜଣ ସାମିଲକୁ ଅନୁମତି ମିଳିଛି ।
- ରାଜ୍ୟ ଭିତରେ ଓ ଅନ୍ୟ ରାଜ୍ୟକୁ ଯାତାୟାତରେ ପ୍ରତିବନ୍ଧକ ନାହିଁ ।
- ଆସନ୍ତାକାଲିଠାରୁ ପାସେଞ୍ଜର ବସ ଚାଲିବ ।
- ୬୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।