ଭୁବନେଶ୍ୱର :ବିବାହ ପାଇଁ ଆଜି ଥିଲା ଝିଅ ଦେଖା କିନ୍ତୁ ତାପୂର୍ବରୁ ଚାଲିଗଲା ଜୀବନ । କ୍ୟାପିଟାଲ ହସ୍ପିଟାଲ ରେ ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କର ମୃତୁ ହେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ଯୁବକ ଜଣକ ହେଲେ 30 ବର୍ଷୀୟ ସିଦ୍ଧି ନାଥ ସାହୁ ଘର ଭିଙ୍ଗାର ପୁର ଶାସନ ଅଞ୍ଚଳରେ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ଭିଙ୍ଗାରପୁର ଶାସନ ଅଞ୍ଚଳରେ । ସୂଚନା ଅନୁଯାୟୀ ଗତକାଲି ରାତିରେ ଏକ ବାହାଘରରେ ବରଯାତ୍ରୀ ହୋଇ ଯାଇଥିଲେ ଦୁଇ ସାଙ୍ଗ । ଖୁବ ନାଚଗୀତ ମଧ୍ୟ କରିଥିଲେ ଏବଂ ଝିଅଘରେ ପହଁଚିଲା ପରେ ଭୋଜି ମଧ୍ୟ ଖାଇଥିଲେ ।
ପରେ ସିଦ୍ଧିନାଥ ଅସୁସ୍ଥ ଅନୁଭବ କରିଥିଲେ ଏବଂ ବାନ୍ତି ମଧ୍ୟ କରିଥିଲେ । ତେବେ ସେଠୁ ସେ ରାତି 2 ଟାରେ କ୍ୟାପିଟାଲ ହସ୍ପିଟାଲ ଆସି ପହଞ୍ଚିଥିଲେ । ଡାକ୍ତରଖାନାରେ ପହଂଚିବା ପରେ ତାଙ୍କୁ ଜଣେ ଡାକ୍ତର ଇଞ୍ଜେକ୍ସନ ଦେଇଥିଲେ ।
ଇଞ୍ଜେକ୍ସନ ଦେବାର ପ୍ରାୟ 5 ମିନିଟ ପରେ ସିଦ୍ଧିନାଥ ଙ୍କର ମୃତ୍ୟୁ ହୋଇଥିଲା । କ୍ୟାପିଟାଲ ହସ୍ପିଟାଲ ନାଁରେ ଏଭଳି ଅଭିଯୋଗ ଆସିବା ପରେ ହସ୍ପିଟାଲ ର ନିର୍ଦେଶକ ଲଷ୍ମୀଧର ସାହୁ କହିଛନ୍ତି ସବ ବ୍ୟବଚ୍ଛେଦ ରିପୋର୍ଟ କୁ ଅପେକ୍ଷା କରଯାଇଛି ରିପୋର୍ଟ ଆସିଲେ ତଦନ୍ତ କରାଯିବ ଏବଂ ଅଭିଯୋଗ ଅନୁଯାଇ ଯଦି ସେହିଭଳି କିଛି ହୋଇଥାଏ ତେବେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।